ଦେଶରେ କରୋନା ମାମଲା ୯୨ ଲକ୍ଷ ଉପରେ, ଦିନକରେ ଆଉ ୪୪ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୪୪,୩୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୨ ଲକ୍ଷ ଟପିଛି । ଦିନକରେ ଏହି ମହାମାରୀରେ ଆଉ ୪୮୧ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୨ ଲକ୍ଷ ୨୨ ହଜାର ୨୧୭କୁ ବୃଦ୍ଧି ପାଇଛି । ଏହି ଘାତକ ରୋଗରେ ଏଯାବତ ୧ ଲକ୍ଷ ୩୪ ହଜାର ୬୯୯ ଲୋକଙ୍କ ପ୍ରାଣହାନି ହୋଇଛି ।

୮ ନଭେମ୍ବରରୁ ଦେଶରେ ଦୈନିକ ମାମଲା କ୍ରମାଗତ ଭାବେ ୫୦,୦୦୦ରୁ କମ୍ ରହୁଛି । ଏଥିରୁ ସଂକ୍ରମଣ ହାର କମୁଥିବା ସ୍ପଷ୍ଟ ହେଉଛି । ଅନ୍ୟପକ୍ଷେ ଆରୋଗ୍ୟ ହାର ବଢୁଛି । ଦିନକରେ ଏହି ରୋଗରୁ ଆଉ ୩୭ ହଜାର ୮୧୬ ଲୋକ ସୁସ୍ଥ ହୋଇଛନ୍ତି ।

କରୋନାରୁ ଭାରତରେ ଏଯାବତ ୮୬ ଲକ୍ଷ ୮୨ ହଜାର ୭୭୧ ଲୋକ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ କେବଳ ୪ ଲକ୍ଷ ୪୪ ହଜାର ୭୪୬ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.