ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟାଙ୍କ ପିତୃ ବିୟୋଗ

ନୂଆଦିଲ୍ଳୀ – କ୍ରିକେଟର ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କ ଶନିବାର ସକାଳେ ହୃଦଘାତରେ ପରଲୋକ ହୋଇଯାଇଛି । ଏହି ଦୁଃଖଦ ଖବର ପାଇବା ପରେ କୃନାଲ ବରୋଦା କ୍ରିକେଟ୍ ଟିମ୍‌ର ବାୟୋ ବବଲ ଛାଡ଼ି ଘରକୁ ଚାଲି ଯାଇଛନ୍ତି । ସେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ବରୋଦା ଟିମ୍‌ର ନେତୃତ୍ୱ ନେଉଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ଆଉ ଅଂଶଗ୍ରହଣ କରିବେ ନାହିଁ ବୋଲି ବରୋଦା କ୍ରିକେଟ୍ ଆସୋସିଏସନ୍ ସମ୍ପାଦକ ଅଜିତ ଲେଲେ କହିଛନ୍ତି । କୃନାଳଙ୍କ ସାନଭାଇ ହାର୍ଦ୍ଦିକ ଆଗାମୀ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ପ୍ରସ୍ତୁତି କରୁଥିବାରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଖେଳୁନାହାନ୍ତି ।

ହାର୍ଦ୍ଦିକ ଓ କୃନାଲଙ୍କୁ ସଫଳ କ୍ରିକେଟର ଭାବେ ପ୍ରତିଷ୍ଠିତ କରିବାରେ ହିମାଂଶୁଙ୍କ ଅବଦାନ ଥିଲା । ହାର୍ଦ୍ଦିକ ଓ କୃନାଲଙ୍କ ପିତାଙ୍କ ପରଲୋକ ପରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ରବିଚନ୍ଦ୍ରନ ଅଶ୍ୱିନ, ହନୁମା ବିହାରୀ, ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଇର୍ଫାନ ପଠାନ ପ୍ରମୁଖ କ୍ରିକେଟର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଉତ୍ତରାଖଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ କୃନାଲ ୭୮ ରନ୍ କରି ବରୋଦାକୁ ଜିତାଇଥିଲେ । ସେ ପ୍ରଥମ ତିନୋଟି ମ୍ୟାଚରେ ୪ଟି ୱିକେଟ୍ ବି ନେଇଥିଲେ ।

Comments are closed.