୧୪ ହଜାର ନୁହେଁ, ୭ ହଜାର ୭୭୨ ସ୍କୁଲ ବନ୍ଦ ପାଇଁ ପ୍ରସ୍ତାବ ରହିଛି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର – ସ୍କୁଲ ବନ୍ଦ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ୧୪ ହଜାର ନୁହେଁ, ବରଂ ୭ ହଜାର ୭୭୨ ସ୍କୁଲ ବନ୍ଦ କରିବାକୁ ପ୍ରସ୍ତାବ ରହିଛି । ଛାତ୍ରଛାତ୍ରୀ ଯେପରି ଡ୍ରପ୍ ଆଉଟ ନ ହୁଅନ୍ତି,ସେଥିପାଇଁ ସ୍କୁଲ ବନ୍ଦ ନିଷ୍ପତି ନିଆଯାଇଛି । ସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ ହରକତ କରିବା ଉଦ୍ଦେଶ୍ୟ ସରକାରଙ୍କର ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଏଣେ ବିଧାନସଭ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇ କହିଛନ୍ତି ଯେ, ସ୍କୁଲ ବନ୍ଦ ସଂପର୍କରେ ଆସନ୍ତାକାଲି ସୁଦ୍ଧ ଗଣଶିକ୍ଷା ମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖିବେ ।

Comments are closed.