ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୭୮ ନୂଆ କୋରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୭୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪୪୬ ଓ ସ୍ଥାନୀୟ ସଂକ୍ରମଣରୁ ୩୩୨ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୬୮, ସୁନ୍ଦରଗଡ ଜିଲ୍ଲାରୁ ୬୪, ଖୋର୍ଦ୍ଧା ଜିଲ୍ଲାରୁ ୬୧, ବାଲେଶ୍ୱରରୁ ୬୧, ମୟୂରଭଞ୍ଜ ଜିଲ୍ଲାରୁ ୫୮, କଟକ ଜିଲ୍ଲାରୁ ୫୪, କେନ୍ଦୁଝରରୁ ୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ପ୍ରମୁଖ ଜଗତସିଂହପୁରରୁ ୪୦, ସମ୍ବଲପୁରରୁ ୪୦, ପୁରୀରୁ ୨୦ ଓ ଗଞ୍ଜାମ ଜିଲ୍ଲାରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୩ହଜାର ୩୨୩କୁ ବୃଦ୍ଧି ପାଇଛି । ଏ ଯାଏଁ ୩ ଲକ୍ଷ ୩ ହଜାର ୮୯୭ ଜଣ ସୁସ୍ଥ ହୋଇସାରିଲେଣି । ସକ୍ରିୟ ମାମଲା ସଂଖ୍ୟା ୭ ହଜାର ୭୪୮ ରହିଛି । ସେପଟେ ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

Comments are closed.