ଖଲ୍ଲିକୋଟ ଜୁନିୟର କଲେଜ ରାଗିଂ ଅଭିଯୋଗ, ୯ ଛାତ୍ର ନିଲମ୍ବିତ

ବ୍ରହ୍ମପୁର – ବ୍ରହ୍ମପୁର ଖଲ୍ଲିକୋଟ ଜୁନିଅର କଲେଜ ଛାତ୍ରୀ ରାଗିଂ ଘଟଣାରେ ୯ ଜଣ ଛାତ୍ରଙ୍କୁ ନିଲମ୍ବନ କରାଯାଇଛି । ରାଗିଂ ଘଟଣାର ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସଂପୃକ୍ତ ଛାତ୍ରମାନଙ୍କ ନିଲମ୍ବନ କାଏମ ରହିବ | ୯ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରିବା ନେଇ କଲେଜ କର୍ତ୍ତୃପକ୍ଷ ପୋଲିସକୁ ଅବଗତ କରାଇଛନ୍ତି | ମିଳିଥିବା ସୂଚନା ମୁତାବକ ଗତ ଶନିବାର ଦିନ ଖଲ୍ଲିକୋଟ ଜୁନିୟର କଲେଜରେ ରାଗିଂ ଅଭିଯୋଗ ହୋଇଥିଲା ।

ଜଣେ +୨ ପ୍ରଥମ ବର୍ଷ ଛାତ୍ରୀ ଶେଷବର୍ଷ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ କରିଥିଲେ । ପୀଡ଼ିତା ଛାତ୍ରୀଙ୍କୁ ଶ୍ରେଣୀ ଗୃହକୁ ଯିବାକୁ ନଦେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଟଣାଟଣି କରିବା ନେଇ ସେ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଣ୍ଟିରାଗିଂ କମିଟିକୁ ଅଭିଯୋଗ ପତ୍ରଟି ହସ୍ତାନ୍ତର କରାଯାଇଥିଲା । ଆଉ ରିପୋର୍ଟ ମିଳିବା ପରେ କଲେଜ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି |

Comments are closed.