କୋଭିଡ ପରିଚାଳନା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍:  ଟିକା ବଂଟନ ନେଇ ଓଡିଶାରେ ଏକ ସିଷ୍ଟମ ପ୍ରସ୍ତୁତ, ସ୍ୱାସ୍ଥ୍ୟକର୍ମୀ ଓ ୫୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରାଥମିକତା

ଭୁବନେଶ୍ୱର- କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହୋଇଥିଲେ । ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, କୋଭିଡ ଟିକା ବିତରଣ ପାଇଁ ଓଡିଶା ପୂର୍ଣ୍ଣରୂପେ ପ୍ରସ୍ତୁତ ରହିଛି । ସମ୍ମୁଖଭାଗ କୋରୋନା ସ୍ୱାସ୍ଥ୍ୟ କର୍ମୀ, ୫୦ ବର୍ଷରୁ ଅଧିକ ବୟସର ଲୋକ ଓ ଅନ୍ୟାନ୍ୟ ରୋଗ ଥିବା ଲୋକଙ୍କୁ ଟିକା ବିତରଣ କ୍ଷେତ୍ରରେ ଗୁରୁତ୍ୱ ଦିଆଯିବ ।

ପ୍ରାଥମିକତା ଭିତିରେ ସବୁ ଜୀବନ ବଂଚାଇବାକୁ ଏକ ସିମଲେସ ଭାସିନେସନ ପ୍ରୋଗ୍ରାମ ପାଇଁ ଆମେ ପ୍ରସ୍ତୁତ । ତେବେ ଟିକା ଉପଲବ୍ଧ ହେଲା ପରେ ମଧ୍ୟ ସତର୍କ ରହିବାକୁ ହେବ । କାରଣ କୋଭିଡ ଟିକାର ପ୍ରଭାବ କେତେଦିନ ଯାଏଁ ରହିବ,ତାହା ଏବେ ବି ଜଣାପଡିନାହିଁ । ତେଣୁ ମାସ୍କ ହିଁ କୋଭିଡ ମହାମାରୀ ବିରୋଧରେ ସବୁଠାରୁ ଭଲ ଟିକା । ସମସ୍ତେ ଯେପରି ମାସ୍କ ପିନ୍ଧନ୍ତି, ତାହା ନିଶ୍ଚିତ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମତ ରଖିଥିଲେ । ମାସ୍କ ପରିଧାନ ସହ ସାମାଜିକ ଦୂରତା ଓ ସ୍ୱଚ୍ଛତା ବଜାୟ ରଖିବାକୁ ହେବ ବୋଲି ନବୀନ କହିଛନ୍ତି ।

Comments are closed.