କରୋନା ଅପଡେଟ୍: ଦେଶରେ ଆଉ ୧୧,୯୦୩ ନୂଆ ମାମଲା, ୩୧୧ ମୃତ

ନୂଆଦିଲ୍ଲୀ: ଦେଶରେ ଘାତକ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ। ଦେଶରେ ବହୁ ସଂଖ୍ୟାରେ ଏବେ ବି କରୋନା ଜନିତ ମୃତ୍ୟୁ ସଂଖ୍ୟା ଅଧିକ ରେକର୍ଡ କରାଯାଉଛି। ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୧,୯୦୩ କରୋନା ମାମଲା ରିପୋର୍ଟ ହୋଇଛି। ଏଥି ସହିତ ଏହି ରୋଗରେ ୩୧୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୯ ହଜାର ୧୯୧କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪,୧୫୯ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ହେଉଛି ଏକ ଲକ୍ଷ ୫୧ ହଜାର ୨୦୯ , ଯାହା ୨୫୨ ଦିନ ପରେ ସର୍ବନିମ୍ନ | ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩ କୋଟି ୩୬ ଲକ୍ଷ ୯୭ ହଜାର ୭୪୦ ଲୋକ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ତଥ୍ୟ ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟାରେ ୪୧ ଲକ୍ଷ ୧୬ ହଜାର ୨୦୩ ଡୋଜ୍ କରୋନା ଟିକା ଦିଆଯାଇଛି। ଏଥିସହ ମୋଟ ଟିକାକରଣ ସଂଖ୍ୟା ୧୦୭ କୋଟି ୧୯ ଲକ୍ଷ ୬୬ ହଜାର ୩୧୫ରେ ପହଞ୍ଚିଛି ।

Comments are closed.