କରୋନା ଅପଡେଟ୍: ସାତ ହଜାର ତଳକୁ ଖସିଲା ସଂକ୍ରମଣ, ଦିନକରେ ଆଉ ୬,୯୯୦ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ନିମ୍ନଗାମୀ ଧାରା ଜାରି ରହିଛି । କରୋନାର ନୂଆ ମାମଲା ସାତ ହଜାରରୁ ତଳକୁ ଖସି ଆସିଛି । ଦେଶରେ ଗତ ୨୪ ଘଣ୍ଟାରେ ୬,୯୯୦ କରୋନା ମାମଲା ରିପୋର୍ଟ ହୋଇଛି, ଯାହା ୫୫୧ ଦିନରେ ସର୍ବନିମ୍ନ। ଦିନକରେ ୧୯୦ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ୧୦,୧୧୬ ଜଣ ଏହି ମହାମାରୀରୁ ସୁସ୍ଥ ହୋଇଛନ୍ତି ।

ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୫୪୩କୁ ଖସିଛି। ଏଥି ସହିତ, ଭାରତରେ ଏପର୍ଯ୍ୟନ୍ତ ୧୨୩ କୋଟି ୨୫ ଲକ୍ଷ ୦୨ ହଜାର ୭୬୭ ଡୋଜ ଟିକା କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରୁ ୩ କୋଟି ୪୦ ଲକ୍ଷ ୧୮ ହଜାର ୨୯୯ ଜଣ ସୁସ୍ଥ ହୋଇଛନ୍ତି। ଏହି ମହାମାରୀରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୬୮ ହଜାର ୯୮୦ ଜଣଙ୍କର ମୃତ୍ୟୁ ହୋଇଛି ।

Comments are closed.