ଆଜି ୧୧ଟି ଜିଲ୍ଲାରେ ୧୭ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟକୁ ଦେଶର ନୂଆ ମ୍ୟାନୁଫାକଚରିଂ ହବ୍ କରିବା ପାଇଁ ଉଦ୍ୟମ ଜାରି ରହିଛି । ବିଭିନ୍ନ ସ୍ଥାନରେ ଶିଳ୍ପକୁ ପ୍ରୋତ୍ସାହନ ଦିଆଯିବା ସହ ରୋଜଗାର ସୃଷ୍ଟି କରାଯାଉଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୧ଟି ଜିଲ୍ଲାରେ ୧୭ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ‘ମେକ୍ ଇନ୍ ଓଡିଶା’ ଅନ୍ତର୍ଗତ ଏହି ସବୁ ପ୍ରକଳ୍ପ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ୨ ହଜାର ୩ ଶହରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ । ଏସବୁ ଶିଳ୍ପ ପ୍ରକଳ୍ପ ପାଇଁ ୯୯୯ ଦଶମିକ ୯୯ କୋଟି ଟଙ୍କା ବିନିଯୋଗ କରାଯାଇଛି ।

Comments are closed.