ଓମିକ୍ରନ ବାବଦରେ କୌଣସି ଗୁରୁତର ତଥ୍ୟ ଆସିନାହିଁ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ଓମିକ୍ରନ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଏନସିଡିସି ଓ ସିଡିସି ଗାଇଡଲାଇନ ଅନୁସାରେ ଏହି ଭୂତାଣୁର ବାସ୍ତବ ସଂଖ୍ୟା କ’ଣ , ସେ ନେଇ ବୈଷୟିକ କମିଟି ଯାଂଚ କରୁଛି । ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ଗୁରୁତର ତଥ୍ୟ ଉପଲବ୍ଧ ନାହିଁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାର ଲକ୍ଷଣ କିଛି ଅଲଗା ବୋଲି ମଧ୍ୟ କୌଣସି ତଥ୍ୟ ନାହିଁ । ଓମିକ୍ରନ ଉପରେ ଆନ୍ତର୍ଜାତିକ ସଂଗଠନ, ବିଶେଷଜ୍ଞ ଟିମ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି । ଡେଲ୍ଟା ଭାଇରସ ଯେତେବେଳେ ଆସିଥିଲା, ସେତେବେଳେ ମଧ୍ୟ ଏମିତି ଚର୍ଚ୍ଚା ହେଉଥିଲା । କିନ୍ତୁ ସେମିତି କିଛି ବିପଦ ନ ଥିଲା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏବେ ଓମିକ୍ରନ ମଧ୍ୟ ନୂଆ ଭାରିଆଂଟ୍ ହୋଇ ଆସିଛି । ହେଲେ ବର୍ତ୍ତମାନ ଭାରତରେ ଏହା ଚିହ୍ନଟ ହୋଇନାହିଁ ।

Comments are closed.