ରାଜ୍ୟରେ ଆଉ ୨୫୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୨୫୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୫୨ ଓ ସ୍ଥାନୀୟ ଅଞ୍ଚଳରୁ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୫୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬, ମୟୂରଭଞ୍ଜରୁ ୨୨, ସମ୍ବଲପୁରରୁ ୧୯, ସୁନ୍ଦରଗଡରୁ ୧୮, ଯାଜପୁରରୁ ୧୬, ଅନୁଗୁଳରୁ ୧୪, କଟକରୁ ୧୨, ପୁରୀରୁ ୪, କେନ୍ଦ୍ରାପଡାରୁ ୪, ଭଦ୍ରକରୁ ୨, ବଲାଙ୍ଗୀରରୁ ୨, ଗଜପତିରୁ ୨, ଗଞ୍ଜାମରୁ ୨, ଝାରସୁଗୁଡାରୁ ୨, ଜଗତସିଂହପୁରରୁ ୧, କେନ୍ଦୁଝରରୁ ୧, ନୟାଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୧୨ଟି ଜିଲ୍ଲାରୁ କୌଣସି ନୂଆ ମାମଲା ଚିହ୍ନଟ ହୋଇ ନ ଥିବା ବେଳେ ଷ୍ଟେଟପୁଲ୍‌ରୁ ଚିହ୍ନଟ ହୋଇଛନ୍ତି ୨୫ ଆକ୍ରାନ୍ତ ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୫୦ ହଜାର ୭୬୦ ଆକ୍ରାନ୍ତ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୦ ହଜାର ୧୩୯ । ୨ ହଜାର ୧୪୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Comments are closed.