ରାଜ୍ୟରେ ସାଢେ ୪ କୋଟି ଡୋଜ୍ ଟିକାକରଣ, ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- କୋଭିଡ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ରାଜ୍ୟରେ କୋଭିଡ ଟିକାକରଣରେ ସାଢେ ୪ କୋଟି ଡୋଜ୍ ଦିଆସରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଫଳତାରେ ଖୁସି ପ୍ରକାଶ କରିବା ସହ ସ୍ୱାସ୍ଥ୍ୟକର୍ମୀଙ୍କ କଠୋର ପରିଶ୍ରମ, ନିଷ୍ଠା ଓତ୍ତଉତ୍ସର୍ଗୀକୃତ ମନୋଭାବକୁ ଭୂୟସୀ ପ୍ରଶଂସା କରିଛନ୍ତି । ସେମାନେ ଟିକାକରଣ ତ୍ୱରାନ୍ୱିତ କରି ମୂଲ୍ୟବାନ ଜୀବନ ବଂଚାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.