ଭୁବନେଶ୍ୱର- ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ତେବେ ପ୍ରାର୍ଥିପତ୍ର ଦାଖଲ ବେଳେ ଭିଡ ହେଉଥିବା ପରିଲକ୍ଷିତ ହୋଇଛି । ପଂଚାୟତ ନିର୍ବାଚନ ବେଳେ ଅଯଥା ଭିଡ ରୋକିବା ସହ କୋଭିଡ କଟକଣା କଡାକଡି ଭାବେ ଯେପରି ପାଳନ ହେବ, ତାହା ନିଶ୍ଚିତ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଡିଜିପି ଓ ଆଇଜିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ନାମାଙ୍କନ ଓ ପ୍ରଚାର ବେଳେ ବେଳେ ପ୍ରାର୍ଥୀମାନେ ଅ ଯଥା ଗହଳି ବା ସଭା କଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.