ସର୍ତମୂଳକ ଦୁର୍ଗାପୂଜା ପାଇଁ କଟକ ବାଲୁବଜାର କମିଟିକୁ ହାଇକୋର୍ଟଙ୍କ ଅନୁମତି

କଟକ : କଟକର ବାଲୁବଜାର ଦୁର୍ଗା ପୂଜା ମଣ୍ଡପକୁ ଦୁର୍ଗାପୂଜା ଆୟୋଜନ ପାଇଁ ଅନୁମତି ମିଳିଛି । ହାଇକୋର୍ଟ ଏହି ଅନୁମତି ଦେଇଛନ୍ତି । କୋଭିଡ ନିୟମ ମାନି ପୂଜା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଳ୍ପ ସଂଖ୍ୟକ ଲୋକରେ ମଣ୍ଡପରେ ଦୁର୍ଗାପୂଜା ହେବ । ବାଲୁ ବଜାର ପୂଜା କଟକ ସହରରେ ବହୁ ପୁରାତନ ପୂଜା ହୋଇଥିବାରୁ ଆୟୋଜନ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କମିଟି ।

ତେଣେ ଭୁବନେଶ୍ୱରରେ କଟକଣା ଭିତରେ ପୂଜା ଆୟୋଜନ ହେବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ତୋରଣ, ସାଜସଜ୍ଜା, ଭସାଣି, ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ । ଘର ଘର ବୁଲି ଚାନ୍ଦା ମଧ୍ୟ ଆଦା କରାଯିବ ନାହିଁ । କଟକଣା ମଧ୍ୟରେ ପୂଜା ହେବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

Comments are closed.