ଭାରତର ଅଲୋଡା ରେକର୍ଡ, ବ୍ରାଜିଲକୁ ହଟାଇ ସର୍ବାଧିକ କୋରୋନା ସଂକ୍ରମିତଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ, ବିଶ୍ୱରେ କୋରୋନା ମୃତ୍ୟୁସଂଖ୍ୟା ୮ ଲକ୍ଷ ୮୩ ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ – କୋରୋନା ସଂକ୍ରମଣରେ ଏକ ଅଲେ।।ଡା ରେକର୍ଡ କରିଛି ଭାରତ । ବିଶ୍ୱର କୋରୋନା ସଂକ୍ରମଣ ତାଲିକାରେ ବ୍ରାଜିଲକୁ ହଟାଇ ଦ୍ୱିତୀୟ ସ୍ଥାନକୁ ଉଠିଛି ଭାରତ । ସର୍ବାଧିକ କୋରୋନା ସଂକ୍ରମଣ ତାଲିକାରେ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା୍ ୪୧ ଲକ୍ଷ ୯ ହଜାର ରହିଛି । ପ୍ରଥମ ସ୍ଥାନରେ ରହିଛି ଆମେରିକା ।

ବିଶ୍ୱରେ କୋରୋନା ମୃତ୍ୟୁସଂଖ୍ୟା ୮ ଲକ୍ଷ ୮୩ ହଜାରକୁ ବୃଦ୍ଧି ପାଇଛି । କେବଳ ଆମେରିକାରେ ହିଁ ୧ ଲକ୍ଷ ୯୨ ହଜାର ୮୧୮ ଜଣ ପ୍ରାଣ ହରାଇଛନ୍ତି । ବିଶ୍ୱରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୨ କୋଟି ୭୦ ଲକ୍ଷ ୫୩ ହଜାର ୯୨୬ । ଏଥିରୁ ୧କୋଟି ୯୧ ଲକ୍ଷ ୫୫ ହଜାର ୬୯୪ ସୁସ୍ଥ ହେଲେଣି ।

Comments are closed.