କୋଭିଡ ମୁକାବିଲା ପାଇଁ ରାଜଧାନୀରେ ଲାଗୁ ହେବ ଗଂଜାମ ମଡେଲ୍ , ଆରମ୍ଭ ହେବ ବ୍ୟାପକ ହେଲଥ ସ୍କ୍ରିନିଂ

ଭୁବନେଶ୍ୱର –ରାଜଧାନୀରେ କୋରୋନା ମୁକାବିଲା ପାଇଁ ଗଂଜାମ ମଡେଲ ଅନୁସରଣ କରାଯିବ । ଭୁବନେଶ୍ୱର ସ୍ୱତନ୍ତ୍ର ଆଡିସନାଲ୍ କମିଶନର, ବିଏମସି ପାରୁଲ ପଟୱାରୀ କହିଛନ୍ତି ଯେ, କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ ବ୍ୟାପକ ହେଲଥ ସ୍କ୍ରିନିଂ କରାଯିବ । ଏହି ହେଲଥ ସ୍କ୍ରିନିଂ ବସ୍ତି ଓ ଅନ୍ୟ ଅଂଚଳରେ କରାଯିବ । ଏଥିପାଇଁ ୫୬୫ଟି ରାପିଡ୍ ରେସପନ୍ସଟିମ୍ ଗଠନ କରାଯାଇଛି ।

ଗୃହ ସଂଗରୋଧରେ ଥିବା ଘରୁ ବିଏମସି ବର୍ଜ୍ୟବସ୍ତୁ ସଂଗ୍ରହ କରିବ । ହୋମ ଆଇସୋଲେସନରେ ଥିବା ଲୋକଙ୍କୁ ଭିଡିଓ ଜରିଆରେ ଡାକ୍ତରୀ ପରାମର୍ଶ ଦିଆଯାଇପାରିବ । ହସପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମଧ୍ୟ ପାରୁଲ ପଟୱାରୀ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବୁଧବାର କୋଭିଡ ସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଓ ଭୁବନେଶ୍ୱର ପୌର ପ୍ରଶାସନ ସହ ଅନ୍ୟ କିଛି ଜିଲ୍ଲାକୁ ବ୍ରହ୍ମପୁର ମଡେଲ୍ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ ।

Comments are closed.