ରାଜ୍ୟରେ ୩ ହଜାର ୭୭୭ ନୂଆ କୋରୋନା ପଜିଟିଭ, ଖୋର୍ଧାରୁ ସବୁଠୁ ଅଧିକ ୮୧୫ ଚିହ୍ନଟ, କୋରୋନାରେ ଆଉ ୧୧ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ୩ ହଜାର ୭୭୭ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ ହଜାର ୧୯୧ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୫୮୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ଦିନକରେ ସର୍ବାଧିକ ୮୧୫ , କଟକରୁ ୩୬୮, ପୁରୀ ଜିଲ୍ଲାରୁ ୨୩୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ମାତ୍ର ୫୮ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରୁ ବାଲେଶ୍ୱରରୁ ୧୨୭, ବରଗଡରୁ ୧୩୯, ଭଦ୍ରକରୁ ୬୭, ଢେଙ୍କାନାଳରୁ ୬୭, ଜଗତସିଂହପୁରରୁ ୧୦୦, ଯାଜପୁରରୁ ୧୩୩, ଝାରସୁଗୁଡାରୁ ୭୦ ଓ କଳାହାଣ୍ଡିରୁ ୭୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରୁ ୧୪୮, ନବରଙ୍ଗପୁରରୁ ୧୦୭, ନୟାଗଡରୁ ୭୧, ସମ୍ବଲପୁରରୁ ୧୧୨, ସୁନ୍ଦରଗଡରୁ ୧୪୮ , ରାୟଗଡାରୁ ୭୫, ନୂଆପଡାରୁ ୭୩ , ସୋନପୁରରୁ ୭୨ ନୂଆ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୪୬ ହଜାର ୮୯୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧ ଲକ୍ଷ ୧୨ ହଜାର ୬୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା ରହିଛି ୩୪ ହଜାର ୧୬୩ । ଏଣେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୧୧ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

Comments are closed.