ଡ୍ରଗ୍ସ ଲିଙ୍କ ମାମଲା : ଦୀପିକାଙ୍କ ପରେ ଶ୍ରଦ୍ଧା ଓ ସାରାଙ୍କୁ ଏନସିବିର ପଚରାଉଚୁରା, ଗିରଫ ହେଲେ ଧର୍ମା ପ୍ରଜକସନର୍ ଏକଜିକ୍ୟୁଟିଭ ପ୍ରଡ୍ୟୁସର କ୍ଷିତୀଜ ପ୍ରସାଦ

ମୁ୍‌ମ୍ବାଇ – ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଜି ଦୀପିକା ପାଦୁକୋନଙ୍କୁ ଉଚରାଉଚୁରା କରିଛି ନାରୋକୋଟିକ୍ସ କଂଟ୍ରୋଲ ବ୍ୟୁରୋ –ଏନସିବି । ଜେରା ବେଳେ ଦୀପିକା ଡ୍ରଗ୍ସ ଚ୍ୟାଟ୍ ଅଭିଯୋଗକୁ ସ୍ୱୀକାର କରିଥିବା ଜଣାପଡିଛି । ଦୀପିକାଙ୍କୁ ୫ ଜଣିଆ ଏନସିବି ଟିମ୍ ଜେରା କରିଥିଲେ । ଦୀପିକାଙ୍କ ପରେ ପରେ ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁର ମଧ୍ୟ ଏନସିବି ଅଫିସରେ ପହଂଚିଛନ୍ତି । ଏଣେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଧର୍ମା ପ୍ରଡକସନର ଏକଜିକ୍ୟୁଟିଭ ପ୍ରଡ୍ୟୁସର କ୍ଷିତିଜ ରବିଙ୍କୁ ଗିରଫ କରିଛି ଏନସିବି । ଧର୍ମା ପ୍ରଡକସନ ହେଉଛି କରନ ଜୋହରଙ୍କ କଂପାନି । କ୍ଷିତିଜଙ୍କୁ କିଛି ଦିନ ଧରି ଏନସିବି କ୍ରମାଗତ ଭାବେ ପଚରାଉଚୁରା କରୁଥିଲା । ଏହି ମାମଲାରେ ଜୋହରଙ୍କ ନାଁ ବି ଆସିଛି । ଗତକାଲି ଏନସିବି ଅଭିନେତ୍ରୀ ରକୁଲପ୍ରୀତ ସିଂହଙ୍କୁ ଜେରା କରିଥିଲା ।

Comments are closed.