ଦିଲ୍ଲୀରେ ପହଂଚିଲା ଭାରତର ଭିଭିଆଇପି ସ୍ୱତନ୍ତ୍ର ବିମାନ – ‘ଏୟାର ଇଣ୍ଡିଆ ୱାନ୍‌’

ନୂଆଦିଲ୍ଲୀ – ରାଷ୍ଟ୍ରପତ, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବ୍ୟବହାର ପାଇଁ ସ୍ୱତନ୍ତ୍ର ଭିଭିଆଇପି ବିମାନ ଏୟାର ଇଣ୍ଡିଆ ୱାନ ଆଜି ଆମେରିକାରୁ ଆସି ଦିଲ୍ଲୀ ଆନ୍ତର୍ଜାତିକ ବିମାନବନ୍ଦରରେ ଅବତରଣ କରିଛି । ଆମରିକା ରାଷ୍ଟ୍ରପତିଙ୍କ ଏୟାରଫୋର୍ସ ୱାନ ଭଳି ଚମତ୍କାର ସାମର୍ଥ୍ୟ ସହିତ ସଜ୍ଜିତ ହୋଇଛି ଭିଭିଆଇପି ବିମାନ ଏୟାର ଫୋର୍ସ ୱାନ୍ । ବିମାନରେ ଥରେ ଇନ୍ଧନ ପକାଇଲେ ଏହା ନିରନ୍ତର ୧୭ ଘଂଟା ଉଡିପାରିବ ।

ଏଥିରେ ଅତ୍ୟାଧୁନିକ କମ୍ୟୁନିକେସନ ସିଷ୍ଟମ ରହିଛି , ଯାହାଫଳରେ କି ଆକାଶ ମଝିରେ ଉଡାଣ ବେଳେ ବିନା ହ୍ୟାକ୍‌ରେ ଅଡିଓ ଏବଂ ଭିଡିଓ କମ୍ୟୁନିକେସନ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇପାରିବ । ଏହା ଆଧୁନିକ ଇନଫ୍ରାଡ୍ ସିଗନାଲ୍ ଚାଳିତ କ୍ଷେପଣାସ୍ତ୍ରକୁ ଦ୍ୱନ୍ଦ୍ୱରେ ପକାଇପାରିବ । ଏହି ବିମାନଟି ଉଡିବା ସମୟରେ ଏକ ସଂପୂର୍ଣ୍ଣ କମାଣ୍ଡ ସେଂଟର ଭାବେ କାମ କରେ । ଏହି ବିମାନ ଭାରତ ଆସିବାରେ ବିଳମ୍ବ ହୋଇଛି । ଏହି ବର୍ଷ ଅଗଷ୍ଟ ୨୫ ତାରିଖରେ ଭାରତ ଆସିବାର ଥିଲା ଏହି ସ୍ୱତନ୍ତ୍ର ବିମାନ । କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଡେରି ହୋଇଥିଲା ।

Comments are closed.