ରାଜ୍ୟରେ କୋରୋନାରୁ ଆଉ ୨ହଜାର ୭୭୫ ଜଣ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା ୨ ଲକ୍ଷ ୩୫ ହଜାର ପାର

ଭୁବନେଶ୍ୱର- ରାଜ୍ୟରେ ଆଜି ୨ ହଜାର ୭୭୫ ଜଣ କୋରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୫ ଶହ ଜଣ ସୁସ୍ଥ ହୋଇଛନ୍ତି । ନୂଆପଡା ଜିଲ୍ଲାରୁ ୧୮୯, କଟକରୁ ୧୮୩, ବରଗଡରୁ ୧୪୮, କେନ୍ଦ୍ରାପଡାରୁ ୧୩୬, ଅନୁଗୁଳରୁ ୧୨୩, ଯାଜପୁରରୁ ୧୧୭, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୦୫, ମୟୂରଭଂଜରୁ ୧୦୦ ଜଣ ସୁସ୍ଥ ହୋଇଛନ୍ତି । ବଲାଙ୍ଗିରରୁ ୮୯, କେନ୍ଦୁଝରରୁ ୭୯ ଜଣ ସୁସ୍ଥ ହୋଇଛନ୍ତି ।ସୁସ୍ଥ ତାଲିକାରେ ଗଂଜାମ ଜିଲ୍ଲାରୁ ୨୩ ଜଣ ଅଛନ୍ତି ।

ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩କୁ ବୃଦ୍ଧି ପାଇଛି ।

Comments are closed.