ସବୁଠୁ ଛୋଟ ଦୁର୍ଗା ମୂର୍ତି ନିର୍ମାଣ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଲେ ଶିଳ୍ପୀ ସତ୍ୟ ମହାରଣା

ବ୍ରହ୍ମପୁର- ଆଖିକୁ ଦେଖାଯାଉ ନଥିବା କ୍ଷୁଦ୍ରରୁ ଅତି କ୍ଷୁଦ୍ରତ୍ତଉତ୍କୃଷ୍ଟ ସୂକ୍ଷ୍‌ମ ମୂର୍ତି ନିର୍ମାଣରେ ସିଦ୍ଧହସ୍ତ ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣାଙ୍କୁ ମିଳିଛି ଜାତୀୟ ସ୍ତରରେ ସ୍ୱୀକୃତି । ସତ୍ୟଙ୍କ ନାଁ ଏବେ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛି । ଚଳିତ ବର୍ଷ ଦୁର୍ଗାପୂଜା ବେଳେ ସତ୍ୟ ମହାରଣା କାଠ, ପଥର ଓ ଚକ୍ ଖଡିରେ ମାଆ ଦୁର୍ଗାଙ୍କର ତିନିଟି ଅତି ଛୋଟ ଛୋଟ ମୂର୍ତି ନିର୍ମାଣ କରିଥିଲେ ।

କାଠ ମୂର୍ତିକ ଉଚ୍ଚତା ୧ ଦଶମିକ ୩ ସିଏମ୍ ଥିବା ବେଳେ ପଥରରେ ନିର୍ମିତ ଦୁର୍ଗା ମୂର୍ତିର ଉଚ୍ଚତା ୧ ଦଶମିକ ୩ ସିଏମ୍ ଥିଲା । ଚକ୍ ମୂର୍ତିର ଉଚ୍ଚତା ଥିଲା ମାତ୍ର ୧ ସେଂଟିମିଟର । ବିଶ୍ୱର ସବୁଠାରୁ ଛୋଟ ଦୁର୍ଗା ମୂର୍ତି ନିର୍ମାଣ କରିଥିବା ନେଇ ସତ୍ୟ ଦାବି ଉପସ୍ଥାପନ କରିଥିଲେ । ଏହାପରେ ଇଣ୍ଡିଆ ବୁକ୍ ଅଫ ରେକର୍ଡସର କର୍ତୃପକ୍ଷ ଓ ବିଚାରକ ମଣ୍ଡଳୀ ସତ୍ୟଙ୍କ କୃତି ଯାଂଚ କଲା ପରେ ସ୍ୱୀକୃତି ପ୍ରଦାନ କରିଛନ୍ତି । ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ତାଙ୍କ କୃତି ସ୍ଥାନ ପାଇଲା ପରେ ସତ୍ୟ ମହାରଣା ବେଶ୍ ଖୁସି ଅଛନ୍ତି । ତାଙ୍କୁ ଚାରିଆଡୁ ଶୁଭେଚ୍ଛା ମିଳିବାରେ ଲାଗିଛି ।

Comments are closed.