ରାଜ୍ୟରେ ୪୮୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ଆଉ ୪୮୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ସଂଗରୋଧରୁ ୨୭୬ ଓ ସ୍ଥାନୀୟ ଅଂଚଲରୁ ୨୦୪ ଜଣ ଚିହ୍ନଟ ହୋଇଛନ୍ତି ।ା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧, ଅନୁଗୁଳରୁ ୪୧, ମୟୂରଭଞ୍ଜରୁ ୩୬, କଟକରୁ ୩୫, ପୁରୀରୁ ୩୧, ସୁନ୍ଦରଗଡରୁ ୩୧, ବରଗଡରୁ ୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭ ଆକ୍ରାନ୍ତ ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ୫୮୩କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୧୨ ହଜାର ୭୩୪ ସୁସ୍ଥ ହୋଇସାରିଲେଣି । ୫ ହଜାର ୪୬ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଦିନକରେ ରାଜ୍ୟରେ ଆଉ ୬ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୧ ହଜାର ୭୫୦କୁ ବୃଦ୍ଧି ପାଇଛି ।

Comments are closed.