ରାଜ୍ୟରେ ଗତ ୨୪ ଘଂଟାରେ ୩୪୯ ନୂଆ କୋରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ଆଉ ୩୪୯ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୯୮ ଓ ସ୍ଥାନୀୟ ଅଂଚଳରୁ ୧୫୧ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୯୧୩କୁ ବୃଦ୍ଧି ପାଇଛି । ୩ ଲକ୍ଷ ୧୬ ହଜାର ୪୪୭ ଜଣ ସୁସ୍ଥ ହୋଇସାରିଛନ୍ତି . ୩ ହଜାର ୬୨୯ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

ଗତ ୨୪ ଘଂଟାରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୪୪, ଖୋର୍ଦ୍ଧାରୁ ୪୪, ଅନୁଗୁଳରୁ ୨୬, ବାଲେଶ୍ୱରରୁ ୨୩, କଟକରୁ ୨୨, ପୁରୀରୁ ୨୨, କଳାହାଣ୍ଡିରୁ ୧୯, ବରଗଡରୁ ୧୯, ମୟୂରଭଂଜରୁ ୧୮, ଝାରସୁଗୁଡାରୁ ୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.