୫ଟି ସ୍ଥାନରେ ଇକୋ-ରିଟ୍ରିଟ୍ : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆଜି ୫ଟି ଜିଲ୍ଲାରେ ଇକୋ-ରିଟ୍ରିଟ୍‌ର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ସାଢେ ୧୧ଟାରେ ଭର୍ଚୁଆଲ ମୋଡ୍ ଜରିଆରେ ଇକୋ ରିଟ୍ରିଟ୍ ଉଦଘାଟନ କରିବେ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଯୋଗ ଦେବେ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଭର୍ଚୁଆଲ ଭାବେ ଯୋଗ ଦେବେ । ସାତକୋଶିଆ, ଭିତରକନିକା, ହୀରାକୁଦ, କୋଣାର୍କ ଓ ଦାରିଙ୍ଗବାଡିରେ ଆୟୋଜନ ହେଉଛି ଇକୋ ରିଟ୍ରିଟ୍ । ୩ ମାସ ଧରି ଏହି ଇକୋ ରିଟ୍ରିଟ ଚାଲିବ । ଇକୋ ରିଟ୍ରିଟ୍ ଦ୍ୱାରା ଦୀର୍ଘ ୮ ମାସ ଧରି କୋରୋନା କଟକଣା ଯୋଗୁଁ ବନ୍ଦ ପଡିଥିବା ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର ହେବା ଆଶା କରାଯାଉଛି ।

Comments are closed.