ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ ଗ୍ରହଣ କଲେ ଲୋକାୟୁକ୍ତ 

ଭୁବନେଶ୍ୱର- ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ସୁପାରିଶକୁ ଗ୍ରହଣ କରିଛନ୍ତି ଲୋକୟୁକ୍ତ । ଗତ ୭ ତାରିଖରେ ପ୍ରଦୀପଙ୍କ ବିରୋଧରେ ତଦନ୍ତ ପାଇଁ ଲୋକାୟୁ୍‌କ୍ତଙ୍କୁ ସୁପାରିସ କରିଥିଲେ ନବୀନ । ପ୍ରଦୀପଙ୍କ ବିରୋଧରେ ଲୋକାୟୁକ୍ତରେ ମାମଲା ରୁଜୁ ହୋଇଛି । ଖୁୁବ ଶୀଘ୍ର ପ୍ରଦୀପ ପାଣିଗ୍ରାହୀଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରିବେ ଲୋକାୟୁକ୍ତ । ପ୍ରଥମ ଥର ପାଇଁ ରାଜ୍ୟ ସରକାର ଜଣେ ଜନପ୍ରତିିନିଧିଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ କରିଥିଲେ ।

Comments are closed.