ଏମଏସଏମଇ କ୍ଷେତ୍ର ପାଇଁ ୨୮୯ ଦଶମିକ ୪୨ କୋଟିିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଏମଏସଏମଇ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଏହି କ୍ଷେତ୍ର ପାଇଁ ୨୮୯ ଦଶମିକ ୪୨ କୋଟିର ପ୍ୟାକେଜ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ସ୍ଥିତିରେ ଏମଏସଏମଇ କ୍ଷେତ୍ରର ସୁଧାର ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି । ଏହା ଦ୍ୱାରା ୧ ଲକ୍ଷ ୭୦ ହଜାର ଏମଏସଏମ ଉଦ୍ୟୋଗ ଉପକୃତ ହେବେ । ମହିଳାଙ୍କ ଏମଏସଏମଇ ପାଇଁ ୧୦୮ ଦଶମିକ ୨୯ କୋଟି ଟଙ୍କା ମଞ୍ଜୁର ହୋଇଛି । ସବସିଡି,ଜିଏସଟି ଭରଣା ଓ ବାର୍ଷିକ ଋଣ ପରିଶୋଧ କ୍ଷେତ୍ରରେ ଏହା ସହାୟକ ହେବ । ଅଣୁଶିଳ୍ପକୁ ଯୋଗାଇ ଦିଆଯିବ ୧୦୦ କୋଟିର କୋଭିଡ ସହାୟତା । ଏହାଦ୍ୱାରା ଉପକୃତ ହେବ ଅଣୁ ଓ ଅତିକ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ।

Comments are closed.