‘ଜୟ ଜୟ ସନ୍ତୋଷୀ ମା’ ଫେମ୍ ଅଭିନେତ୍ରୀ ମେଘନାଙ୍କ ହୃଦଘାତରେ ପରଲୋକ

ମୁମ୍ବାଇ – ହିନ୍ଦୀ ଚଳଚ୍ଚିତ୍ର ‘ଜୟ ଜୟ ସନ୍ତୋଷୀ ମା’ରେ ନିଜ ନିଖୁଣ ଅଭିନୟ ଦ୍ବାରା ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ମେଘନା ରୟ ଆଉ ନାହାଁନ୍ତି। ବୁଧବାର ସକାଳେ ହୃଦଘାତରେ ମେଘନାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ୬୬ ବର୍ଷ ହୋଇଥିଲା । ଡିସେମ୍ବର ୮ରେ ମେଘନା ପରିବାର ସହିତ ତାଙ୍କ ଜନ୍ମଦିନ ପାଳନ କରିଥିଲେ | ମେଘନାଙ୍କ ମୃତ୍ୟୁରେ ତାଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିବା ସହ ସୋସିଆଲ ମିଡିଆରେ ଶୋକ ପାଳୁଛନ୍ତି ।
ସୂଚନାନୁସାରେ, ମେଘନା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ଗତ ଏକ ବର୍ଷ ଧରି ଶଯ୍ୟାଶାୟୀ ଥିଲେ। ବୁଧବାର ସକାଳେ ସେ ହୃଦଘାତରେ ପୀଡିତ ହୋଇଥିଲେ । କୌଣସି ଚିକିତ୍ସା ସହାୟତା ଯୋଗାଇବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା।

ହିନ୍ଦୀ ବ୍ୟତୀତ ମେଘନା ଅନେକ ଗୁଜୁରାଟୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ। ଚଳଚ୍ଚିତ୍ର ବ୍ୟତୀତ ଏହି ଅଭିନେତ୍ରୀ ‘ଏକ ମହଲ ହୋ ସପନା କା’, ‘କିଶୋର ବହୁରାନିଆଁ’ ଭଳି ସିରିଏଲରେ ମଧ୍ୟ ଅଭିନୟ କରିଥିଲେ।

Comments are closed.