କରୋନା ଅପଡେଟ୍‌: ୨୨ ହଜାର ନୂଆ ରୋଗୀ, ୨୫୧ ମୃତ

ନୂଆଦିଲ୍ଲୀ – ଭାରତରେ କରୋନା ସ୍ଥିତି ସୁଧୁରୁଛି । ଦେଶରେ କ୍ରମାଗତ ଷଷ୍ଠ ଦିନ ପାଇଁ ଦୈନିକ କରୋନା ସଂକ୍ରମିତ ସଂଖ୍ୟା ୨୫ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୨,୨୭୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲି ତୁଳନାରେ ୩.୭% କମ୍ ।

ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ଦୀର୍ଘଦିନ ପରେ ୩୦୦ ତଳକୁ ଖସିଛି । ଦିନକରେ ଏହି ରୋଗରେ ୨୫୧ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୨୨,୨୭୪ ଲୋକ ମଧ୍ୟ ଏହି ମହାମାରୀରୁ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏଯାବତ ମୋଟ ମାମଲା ୧ କୋଟି ୧ ଲକ୍ଷ ୬୯ ହଜାରକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ଲକ୍ଷ ୪୭ ହଜାର ୩୪୩ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୯୭ ଲକ୍ଷ ୪୦ ହଜାର ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ମୋଟ ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଖସି ୨ ଲକ୍ଷ ୮୧ ହଜାର ରହିଛି ।

Comments are closed.