ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଘୋଷଣା: ଲୋକଙ୍କୁ ମାଗଣାରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ – ନୂଆ ବର୍ଷରେ କରୋନା ଟିକା ପାଇବା ଆଶା ବଢ଼ିଛି । ସେପଟେକେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନେତୃତ୍ୱରେ ଶନିବାର ଦେଶର ୧୧୬ଟି ଜିଲ୍ଲାର ୨୫୯ଟି ସ୍ଥାନରେ ଟୀକାକରଣ ଡ୍ରାଏ ରନ୍ ବା ପୂର୍ବାଭ୍ୟାସ ଚାଲିଛି।

ଦିଲ୍ଲୀରେ ଡ୍ରାଏ ରନ୍ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏକ ବଡ଼ ଘୋଷଣା କରିଛନ୍ତି। କେବଳ ଦିଲ୍ଲୀରେ ନୁହେଁ ସମଗ୍ର ଦେଶରେ ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଦେଶ ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। କରୋନା ଟିକା ଅନୁମୋଦନ ହେବା ମାତ୍ରେ ଟିକାକରଣ ଆରମ୍ଭ ହେବ। କରୋନା ଟିକା ବିଷୟରେ କୌଣସି ଗୁଜବରେ ବିଶ୍ବାସ ନ କରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି ।

Comments are closed.