ରସାୟନ ବିଜ୍ଞାନ ପାଇଁ ତିନି ଜଣଙ୍କୁ ନୋବେଲ ପୁରସ୍କାର

ଷ୍ଟକହୋମ: ରସାୟନ ବିଜ୍ଞାନ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଏଥର ତିନି ଜଣ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

‘କ୍ଲିକ୍ କେମିଷ୍ଟ୍ରି’ ଏବଂ ‘ବାୟୋର୍ଥୋଗୋନାଲ୍ କେମିଷ୍ଟ୍ରି’ର ବିକାଶ ପାଇଁ କାରୋଲିନ୍ ଆର୍ ବେର୍ଟୋଜି, ମୋର୍ଟେନ୍ ମେଲଡାଲ୍ ଏବଂ କେ.ବେରି ସାର୍ପଲେସଙ୍କୁ ଚଳିତ ବର୍ଷର ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ।

ଏହା ପୂର୍ବରୁ ପଦାର୍ଥ ବିଜ୍ଞାନ ଓ ମେଡ଼ିସିନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା । ତିନିଜଣ ବୈଜ୍ଞାନିକ ଆଲେନ୍ ଆସପେକ୍ଟ, ଜନ୍ ଏଫ୍ କ୍ଲାଉଜର ଏବଂ ଆଣ୍ଟୋନଜେଲିଙ୍ଗର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାକୁ ଥିବା ବେଳେ ମେଡିସିନ ପାଇଁ ସ୍ବିଡେନ ବୈଜ୍ଞାନିକ ସ୍ବାନ୍ତେ ପାବୋଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ।

ନୋବେଲ ପୁରସ୍କାରକୁ ଡାଇନାମାଇଟ୍ ର ଉଦ୍ଭାବକ ତଥା ସ୍ୱିଡେନର ଜଣେ ଧନୀ ବ୍ୟବସାୟୀ ଆଲଫ୍ରେଡ୍ ନୋବେଲ ପ୍ରତିଷ୍ଠା କରିଥିଲେ। ମୃତ୍ୟୁର ଏକ ବର୍ଷ ପୂର୍ବରୁ ସେ ୧୮୯୬ ମସିହାରେ ନିଜ ଇଚ୍ଛାପତ୍ରରେ ଏହାର ବ୍ୟବସ୍ଥା କରିଥିଲେ | ଯାହା ପରେ ବିଜ୍ଞାନ, ସାହିତ୍ୟ ଏବଂ ଶାନ୍ତି ପରି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୦୧ ପରଠାରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ | ପରେ ଅର୍ଥନୀତିକୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା |

Comments are closed.