କରୋନା ଅପଡେଟ୍‌: ୧୧୦ ଦିନ ପରେ ଭାରତରେ ୪୦ ହଜାର ମାମଲା

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି । କ୍ରମାଗତ ବଢ଼ି ଚାଲିଛି ନୂଆ ରୋଗୀଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ପାଖାପାଖି ୪୦ହଜାର ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଭାରତରେ ଆଉ ୩୯,୭୨୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ମହାମାରୀରେ ଆଉ ୧୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଆଉ ୨୦,୬୫୪ ଜଣ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି ।

ଭାରତରେ ଶେଷଥର ନଭେମ୍ବର ୨୦୨୦ରେ ୩୮,୭୭୨ ମାମଲା ରେକର୍ଡ କରାଯାଇଥିଲା । ଭାରତରେ ଡିସେମ୍ବର ପରେ କରୋନା ସଂକ୍ରମଣ ଗ୍ରାଫ୍ ନିମ୍ନଗାମୀ ହେଉଥିଲା । ହେଲେ ଏବେ ଏହା ପୁଣି ଉପରମୁହାଁ ହେବାରେ ଲାଗିଛି ।
ଦେଶରେ କରୋନାର ମୋଟ ମାମଲା ୧ କୋଟି ୧୫ ଲକ୍ଷ ୧୪ ହଜାର ୩୩୧କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୯ ହଜାର ୩୭୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୧୦ ଲକ୍ଷ ୮୩ ହଜାର ୬୭୯ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ମାମଲାରେ ବି ବୃଦ୍ଧି ଘଟିଛି । ଭାରତରେ ଏବେ ୨ ଲକ୍ଷ ୭୧ ହଜାରା ୨୮୨ ଜଣ ସକ୍ରିୟ ରୋଗୀ ଅଛନ୍ତି ।

ଦେଶରେ ମହାରାଷ୍ଟ୍ରରେ ସ୍ଥିତି ବେଶ୍ ଗମ୍ଭୀର ହେବାରେ ଲାଗିଛି । ସାରା ଦେଶରେ ଚିହ୍ନଟ ହୋଇଥିବା ୩୯,୭୨୬ ମାମଲା ଭିତରୁ ମହାରାଷ୍ଟ୍ରରେ ହିଁ ୨୫,୮୮୩ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ୫୮ ଜଣଙ୍କ ମୃତ୍ୟୁ ବି ହୋଇଛି ।

Comments are closed.