ସେନା ଗାଡ଼ି ଓଲଟି ନିଆଁ ଲାଗିଗଲା, ୩ ମୃତ, ପାଞ୍ଚ ଆହତ

ଜୟପୁର – ଗୁରୁବାର ରାଜସ୍ଥାନର ଗଙ୍ଗନଗର ଜିଲ୍ଲାରେ ସେନା ଗାଡି ଓଲଟି ପଡି ନିଆଁ ଲାଗିଯିବା ପରେ ତିନିଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ଗୁରୁବାର ସକାଳେ ରାଜିଆସର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ଜିପ୍ସୀ ଓଲଟି ପଡ଼ି ନିଆଁ ଲାଗିଯାଇଥିଲା। ପାଞ୍ଚ ଜଣ ଆହତ ସୈନିକ ଗାଡିରୁ ବାହାରକୁ ଆସିବାରେ ସଫଳ ହୋଇଥିଲେ ମଧ୍ୟ ତିନିଜଣ ଏଥିରେ ଫସି ରହି ମୃତ୍ୟୁ ବରଣ କରିଥିଲେ ବୋଲି ଷ୍ଟେସନ ହାଉସ ଅଧିକାରୀ (ଏସ୍ଏଚ୍ଓ) ବିକ୍ରମ ତିୱାରୀ କହିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ବୋଲି ସେ କହିଛନ୍ତି।

Comments are closed.