ଶ୍ରୀମନ୍ଦିରରେ ମୂର୍ତ୍ତି ପଡି ବିମଳାଙ୍କ ମନ୍ଦିରର ପାଳିଆ ସେବାୟତ ଆହତ

ପୁରୀ – ଶ୍ରୀମନ୍ଦିରରେ ମୂର୍ତ୍ତି ପଡି ବିମଳାଙ୍କ ମନ୍ଦିରର ପାଳିଆ ସେବାୟତ ଆହତ ହୋଇଛନ୍ତି । ପଶ୍ଚିମ ଦ୍ୱାର ପଟେ ଉଗ୍ର ନୃସିଂହଙ୍କ ହାତରୁ ହିରଣ୍ୟକଶ୍ୟପୁ ମୂର୍ତ୍ତି ଖସିପଡିଲା ପରେ ସେବାୟତ କୁନୁ ମହାପାତ୍ର ଆହତ ହୋଇଛନ୍ତି । ୩ ଫୁଟର ମୂର୍ତ୍ତିପଡିଯିବାରୁ ତାଙ୍କ ଡାହାଣ ଗୋଡରେ ଆଘାତ ଲାଗିଛି । ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

Comments are closed.