ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ, ଗ୍ରହଣ କଲେ ଦଳୀୟ ଟିକେଟ

ଭୁବନେଶ୍ୱର- ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ପିପିଲି ଆସନରେ ବିଜେଡିଅ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଆନୁଷ୍ଠାନିକ ଭାବେ ସେ ଦଳୀୟ ପ୍ରାର୍ଥାୀ ଭାବେ ଟିକେଟ ଗ୍ରହଣ କରିଛନ୍ତି ।

ଏଥିସହ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶୀର୍ବାଦ ନେଇଛନ୍ତି ରୁଦ୍ର ମହାରଥୀ । ପିପିଲି ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡିର ପ୍ରାର୍ଥୀ ଘୋଷଣା କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ୩୦ ତାରିଖରେ ରୁଦ୍ର ପ୍ରାର୍ଥିପତ୍ର ଦାଖଲ କରିବେ । ଏପ୍ରିଲ ୧୭ ତାରିଖରେ ପିପିିଲି ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ।

Comments are closed.