ରାଜ୍ୟରେ ୩୧୪୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡରୁ ୫୨୩, ଖୋର୍ଦ୍ଧାରୁ ୪୯୭, ନୂଆପଡାରୁ ୩୯୫

ଭୁବନେଶ୍ୱର- ରାଜ୍ୟରେ ୩ ହଜାର ୧୪୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୮୨୩ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୩୨୧ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୨୩ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪୯୭ ଓ ନୂଆପଡାରୁ ୩୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ବରଗଡରୁ ୧୫୬, କଟକରୁ ୧୪୦, ଝାରସୁଗୁଡାରୁ ୧୧୯, କେନ୍ଦୁଝରରୁ ୧୨୮, ସମ୍ବଲପୁରରୁ ୧୪୯, ପୁରୀରୁ ୧୨୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ନବରଙ୍ଗପୁରରୁ ୯୬, ବଲାଙ୍ଗିରରୁ ୯୨, ଯାଜପୁରରୁ ୭୬, ମୟୂରଭଞ୍ଜରୁ ୬୮, ଗଜପତିରୁ ୬୭, କଳାହାଣ୍ଡିରୁ ୫୩, ଭଦ୍ରକରୁ ୫୧, ଅନୁୁଗୁଳରୁ ୪୯, ଗଂଜାମ ଜିଲ୍ଲାରୁ ୪୪, ରାୟଗଡାରୁ ୪୪ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୬୪ ହଜାର ୫୯୪ରେ ପହଂଚିଥିବା ବେଳେ ଏଥିରୁ ୩ ଲକ୍ଷ ୪୩ ହଜାର ୫୨୨ ସୁସ୍ଥ ହୋଇସାରିଲେଣି । ସକ୍ରିୟ ରୋଗୀଙ୍କ ସଂଖ୍ୟା ରହିଛି ୧୯ ହଜାର ୭୭ ।

Comments are closed.