କୋଭିଡ୍‌-୧୯: ପିଏମ୍ କେୟାର୍ସ ଫଣ୍ଡ୍‌କୁ ଦାନକଲେ ଦଲାଇ ଲାମା

ଧର୍ମଶାଳା: କରୋନା ବିରୋଧରେ ଭାରତର ଲଢ଼େଇକୁ ସୁଦୃଢ଼ କରିବା ପାଇଁ ତିବ୍ଦଦୀୟ ଧର୍ମଗୁରୁ ଦଲାଇ ଲାମା ପିଏମ୍ କେୟାର୍ସ ଫଣ୍ଡ୍‌କୁ ଅର୍ଥ ଦାନ କରିଛନ୍ତି । ଏକ ବିବୃତିରେ ଦଲାଇ ଲାମା ଏନେଇ ଘୋଷଣା କରିଛନ୍ତି ।

ଦଲାଇ ଲାମା କହିଛନ୍ତି, ଭାରତ ସମେତ ପୂରା ବିଶ୍ୱରେ କୋଭିଡ୍‌-୧୯ ମହାମାରୀ ଯେଉଁଭଳି ନିରନ୍ତର ଚାଲେଞ୍ଜ୍ ସୃଷ୍ଟି କରିଛି, ତାହା ବେଶ୍ ଚିନ୍ତାଜନକ । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଏବଂ ସଂକ୍ରମଣର ଭୟଙ୍କର ବେଗ ମଧ୍ୟରେ ଭାରତୀୟ ଭାଇ ଓ ଭଉଣୀ ମାନଙ୍କ ପ୍ରତି ସହାନୁଭୂତି ସଦୃଶ କିଛି ଦାନ କରିବା ପାଇଁ ମୁଁ ଦଲାଇ ଲାମା ଟ୍ରଷ୍ଟକୁ କହିଛି । ଏଥିସହ ଏହି ମହାମରୀ ବିରୋଧରେ ଲଢ଼େଇରେ ଯେଉଁମାନେ ନିଜକୁ ନିୟୋଜିତ କରିଛନ୍ତି ସେମାନଙ୍କୁ ଦଲାଇ ଲାମା ପ୍ରଶଂସା କରିଛନ୍ତି । ଏହି ମହାମାରୀର ଯେଭଳି ଅନ୍ତ ଘଟିବ ସେନେଇ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛନ୍ତି ବୋଲି ଏହି ତିବ୍ଦତୀୟ ଧର୍ମଗୁରୁ କହିଛନ୍ତି ।
ଭାରତରେ ଗତ ୨୪ ଘଣ୍ଟାରେ ପୁଣି ୩ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଆସିଛି । ଦିନକରେ ଆଉ ୩୨୩,୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲଗାତର ଷଷ୍ଠ ଦିନ ଧରି ଦୈନିକ ସଂକ୍ରମଣ ତିନି ଲକ୍ଷରୁ ଊର୍ଦ୍ଧ୍ୱ ରହିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୭୬,୩୬,୩୦୭କୁ ବୃଦ୍ଧି ପାଇଛି ।
ଗତବର୍ଷ ଭାରତରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ କେନ୍ଦ୍ର ପକ୍ଷରୁ ପ୍ରଭାବିତ ନାଗରିକଙ୍କ ରିଲିଫ୍ ଓ ସହାୟତା ପାଇଁ ମାର୍ଚ୍ଚ ୨୦୨୦ରେ ‘ପ୍ରାଇମ୍ ମିନିଷ୍ଟର୍ସ ସିଟିଜେନ୍ସ ଆସିଷ୍ଟାନ୍ସ ଆଣ୍ଡ୍ ରିଲିଫ୍ (ପିଏମ୍ କେୟାର୍ସ) ଫଣ୍ଡ୍‌’ ସ୍ଥାପନ କରାଯାଇଥିଲା ।

Comments are closed.