ପେଟ୍ରୋଲ ସେଂଚୁରୀ ବେଳେ ଆଶାର କିରଣ: ଚର୍ଚ୍ଚାରେ ଉପାନ୍ତ ମାଣ୍ଡୋସିଲର ଖୁଣ୍ଟିଆ ଭ୍ରାତାଙ୍କ ଇଲେକ୍ଟ୍ରି ସାଇକେଲ

ବରଗଡ: ଦୁଇଦିନ ତଳୁ ପେଟ୍ରୋଲ ଦର ସେଂଚୁରୀ ମାରିସାରିଛି । ଏଥିପାଇଁ ଦାୟିତ୍ବରେ ଥିବା ଓଡିଆ ପୁଅ ପାଇଁ ଏବେ ସମାଲୋଚନା ଅସହ୍ୟ ହେଲାଣି । ସେପଟେ ଶହେ ଟଂକିଆ ତେଲ ଗରିବଙ୍କ ଖ୍ୟମତା ବାହାରକୁ ଗଲାଣି । ଏଭଳି ସ୍ଥିତିରେ ବରଗଡ ଜିଲ୍ଲାର ଉପାନ୍ତ ଇଲାକା ମାଣ୍ଡୋସିଲର ଦୁଇ ଭାଇ ଉଦ୍ଭାବନ କରିଥିବା ଏକ ଇଲେକ୍ଟ୍ରି ସାଇକେଲ ଆଶାର କିରଣ ସାଜିଛି ।

ମାଣ୍ଡୋସିଲର ବିଜୁ ଖୁଣ୍ଟିଆ ଏବଂ ଭାଇ ଅଜୁ ଖୁଣ୍ଟିଆ ଏକ ଇଲେକ୍ଟ୍ରି ସାଇକେଲ ତିଆର କରିଛନ୍ତି । ଏହି ସାଇକେଲରେ ୧୬୦ଟି ପାଓ୍ବାର ବ୍ୟାଙ୍କ ବ୍ୟାଟେରି ସହ ଚକ ଘୂରାଇବାକୁ ଏକ ମୋଟର ଲାଗିଛି । ଥରେ ଚାର୍ଜ କଲେ ଏହା ୧୦୦କିମି ଯାଇପାରିବ ବୋଲି ଏହି ଦୁଇ ଭାଇ ପ୍ରକାଶ କରିଛନ୍ତି । ସେହିପରି ଏହାକୁ ତିଆରି କରିବାକୁ ପ୍ରାୟ ମାସେ ସମୟ ଲାଗିଥିବା ବେଳେ ଏଥିରେ ପ୍ରାୟ ୨୦ରୁ ୨୫ ହଜାର ମଧ୍ୟରେ ଖର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି । ତେବେ ଏହି ସାଇକେଲ ଯେଉଁ ଗାଁକୁ ଯାଉଛି ଏହାକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଯାଉଛି ।

ବର୍ତ୍ତମାନର ବ୍ୟୟବହୁଳ ତେଲ ଖର୍ଚ ତୁଳାଇବା ଗରିବଙ୍କ ପାଇଁ ଅସମ୍ଭବ ହୋଇପଡିଥିବା ବେଳେ ଏହି ସାଇକେଲ ଏକ ନୂତନ ଆଶା ସ୍ରୁଷ୍ଟି କରିଛି । ଏହି ସାଇକେଲକୁ ନେଇ କଂପାନିଗୁଡିକ ଅଧିକ ଗବେଷଣା କରି ସ୍ବଳ୍ପ ମୂଲ୍ୟରେ ଇଲେକ୍ଚ୍ରି ସାଇକେଲ ବଜାରକୁ ଛାଡିଲେ ଗରିବ ଲୋକେ ଉପକ୍ରୁତ ହେବେ ବୋଲି ମତପ୍ରକାଶ ପାଇଛି ।

Comments are closed.