ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ ଲାଗି ବିଜେପି ଷଡଯନ୍ତ୍ର ଚଳାଇଛି : ବିଜେଡି

ଭୁବନେଶ୍ୱର: ଓଡିଶାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ( ପିଏମ୍‌ଏୱାଇ ) ଯୋଜନାରେ ଘର ପାଇବାରୁ ବଞ୍ଚିତ କରିବାପାଇଁ ବିଜେପିର ଷଡଯନ୍ତ୍ର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ରାଜ୍ୟ ବିଜେପି ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ଇଏ ହେଉଛି ସେହି ସମାନ କେନ୍ଦ୍ର ସରକାର ଯିଏ ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡିଶାକୁ ପୁରସ୍କୃତ କରିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଗରିବ ଲୋକଙ୍କ ଅଧିକାରକୁ ନେଇ ବିଜେପି ରାଜନୀତି କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ଘର ପାଇବାରୁ ବଞ୍ଚିତ ଲାଗି ଷଡଯନ୍ତ୍ର କରୁଛି , ଯାହା କି ସେମାନଙ୍କର ଅଧିକାର ବୋଲି ବିଜେଡି ମୁଖପାତ୍ର ମହାନ୍ତି କହିଛନ୍ତି ।

Comments are closed.