ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ବିଜେପିକୁ ପଛରେ ପକାଇଲା ଆପ୍

ନୂଆଦିଲ୍ଲୀ: ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ବିଜେପିକୁ ଝଟକା ଲାଗିଛି । ପ୍ରଥମ ଥର ଏହି ପୌର ନିଗମରେ ନିର୍ବାଚନ ଲଢୁଥିବା ​​ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ଚମତ୍କାର ପ୍ରଦର୍ଶନ କରି ବିଜେପିକୁ ଦ୍ବିତୀୟ ସ୍ଥାନକୁ ଠେଲି ଦେଇଛି । ଏପରିକି ମେୟର ଥିବା ବିଜେପି ପ୍ରାର୍ଥୀ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛନ୍ତି ।

ଏହି ପୌର ନିଗମର ୩୫ଟି ସିଟ୍ ମଧ୍ୟରୁ ଆମ୍ ଆଦମୀ ପାର୍ଟି ୧୪ଟି ଜିତିଥିବା ବେଳେ ବିଜେପି ୧୨ଟି ଏବଂ କଂଗ୍ରେସ ୮ଟି ଜିତିଛି। । ଶୁକ୍ରବାର ଅନୁଷ୍ଠିତ ପୌର ନିଗମରେ ନିର୍ବାଚନରେ ​​ଅକାଳୀ ଦଳ ମାତ୍ର ଗୋଟିଏ ଆସନ ପାଇଛି। ପାର୍ଟିର ଏହି ଚମତ୍କାର ପ୍ରଦର୍ଶନକୁ ନେଇ ଆପ୍ ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଖୁସି ବ୍ୟକ୍ତ କରିଛନ୍ତି |

କେଜ୍ରିୱାଲ ତାଙ୍କ ଟୁଇଟରେ ଲେଖିଛନ୍ତି, ‘ଚଣ୍ଡିଗଡ଼ ମ୍ୟୁନିସିପାଲଟି କର୍ପୋରେସନରେ ଆମ୍ ଆଦମୀ ପାର୍ଟି (ଏଏପି) ର ଏହି ବିଜୟ ପଞ୍ଜାବରେ ଆସୁଥିବା ପରିବର୍ତ୍ତନର ସଙ୍କେତ ଅଟେ | ଚଣ୍ଡିଗଡ଼ର ଲୋକମାନେ ଆଜି ଦୁର୍ନୀତିଗ୍ରସ୍ତ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଅପ୍ ର ସଚ୍ଚୋଟ ରାଜନୀତିକୁ ବାଛିଛନ୍ତି। ସମସ୍ତ ବିଜେତା ପ୍ରାର୍ଥୀ ଏବଂ ଅପ୍ ର ସମସ୍ତ କର୍ମକର୍ତ୍ତାଙ୍କୁ ଅନେକ ଅଭିନନ୍ଦନ | ଏଥର ପଞ୍ଜାବ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛି।

Comments are closed.