ଆଉ ନାହାଁନ୍ତି ଅଭିନେତା ସମୀର ଖକଡ

ମୁମ୍ବାଇ: ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସମୀର ଖକଡ ଆଉ ଆମ ଗହଣରେ ନାହାଁନ୍ତି | ଖକଡଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ସମୀର ଖକଡ ୮୦ ଦଶକରେ ଦୂରଦର୍ଶନର ଲୋକପ୍ରିୟ ସିରିଏଲ ନୁକ୍କଡ (୧୯୮୬)ରେ ମଦ୍ୟପ ଚରିତ୍ର ‘ଖୋପଡି’ରୁ ପ୍ରସିଦ୍ଧି ଲାଭ କରିଥିଲେ |

ସମୀର ଖକଡ୍ ମୁମ୍ବାଇର ଆଇସି କଲୋନୀରେ ଏକାକୀ ରହୁଥିଲେ। ସମୀର ଖକଡଙ୍କ ପତ୍ନୀ ଆମେରିକାରେ ରୁହନ୍ତି। ଆଜି ସମୀରଙ୍କ ଅନ୍ତିମ ସଂସ୍କାର ହେବ । ତାଙ୍କୁ ଶେଷ ଥର ପାଇଁ ଆମାଜନ୍ ପ୍ରାଇମ୍ ସିରିଜ୍ ‘ଫର୍ଜି’ରେ ଦେଖିବାକୁ ମିଳିଥିଲା।

ପ୍ରାୟ ଚାରି ଦଶନ୍ଧିର ଅଭିନୟ କ୍ୟାରିୟର ମଧ୍ୟରେ ସମୀର ବିଭିନ୍ନ ଟିଭି ଶୋ ଏବଂ ଚଳଚ୍ଚିତ୍ରର କାମ କରିଥିଲେ | ଅଭିନୟରୁ କିଛି ସମୟ ବିରତି ନେଇ ସେ ଆମେରିକାରେ ଅବସ୍ଥାନ କରିଥିଲେ | ପରେ ସେ ପୁଣି ଅଭିନୟ ଜଗତକୁ ଫେରିଥିଲେ ଏବଂ ଦୁଇଟି ଗୁଜରାଟୀ ନାଟକ ମଧ୍ୟ କରିଥିଲେ । ସେ ସଲମାନ ଖାନଙ୍କ ‘ଜୟ ହୋ’ରେ ତାଙ୍କ ଅଭିନୟ ପାଇଁ ପ୍ରଶଂସିତ ହୋଇଥିଲେ | ସମୀର ମନୋରଂଜନ, ସର୍କସ (ଶାହରୁଖ ଖାନଙ୍କ ସହ) ଭଳି ସିରିଏଲରେ କାମ କରିଥିଲେ | ସମୀର ‘ପରିନ୍ଦା, ‘ଇନା ମୀନା ଡିକା’, ‘ଦିଲୱାଲେ’, ‘ରାଜା ବାବୁ’, ‘ଆତଙ୍କ ହି ଆତଙ୍କ’, ‘ରିଟର୍ଣ୍ଣ ଅଫ୍ ଜୁଏଲ୍ ଥିଫ୍’, ‘ଅୱଲ ନମ୍ବର’, ‘ପ୍ୟାର ଦୀୱାନା ହୋତା ହୈ’, ‘ହମ୍’ ଭଳି ଫିଲ୍ମରେ କାମ କରିଥିଲେ।

Comments are closed.