ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ

ଭୁବନେଶ୍ୱର- ଇଡି ସ୍କାନରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ । ଗତକାଲି ଆଇଏଏଫଏସ ଅଭୟକାନ୍ତ ପାଠକଙ୍କୁ ୮ କୋଟି ଟଙ୍କାର କାରବାର ନେଇ ଇଡି ଜେରା କରିଥିଲା । ଏବେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କୁ ହାଜର ହେବା ପାଇଁ ନୋଟିସ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭୟକାନ୍ତ ପାଠକ ଲିଙ୍କ୍‌ରେ ତାଙ୍କୁ ଜେରା କରିପାରେ ନିର୍ଦ୍ଦେଶାଳୟ । ଅଭୟକାନ୍ତଙ୍କ ଆକାଉଣ୍ଟରୁ ଟଙ୍କା କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପ୍ରମାଣ ମିଳିଛି । ଗତକାଲି ଅଭୟ ପାଠକଙ୍କୁ ସାଢେ ୧୧ ଘଣ୍ଟା ଜେରା କରିଥିଲା ନିର୍ଦ୍ଦେଶାଳୟ ।

Comments are closed.