ପତି-ପତ୍ନୀ ହେଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ସେଲିବ୍ରିଟି ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରେମୀ ଯୁଗଳରୁ ଏବେ ପତି-ପତ୍ନୀ ହୋଇଛନ୍ତି ଆଲିଆ-ରଣବୀର । ପଞ୍ଜାବୀ ରୀତିନୀତି ଅନୁଯାୟୀ ଉଭୟଙ୍କ ଆଜି ବିବାହ ସମ୍ପନ୍ନ ହୋଇଛି। ଏହି ଅବସରରେ ପରିବାର ସଦସ୍ୟଙ୍କ ବ୍ୟତୀତ ବଲିଉଡର ଅନେକ ସେଲିବ୍ରିଟି ଉପସ୍ଥିତ ଥିଲେ। ରଣବୀର-ଆଲିଆଙ୍କୁ ଜୀବନର ନୂଆ ଅଧ୍ୟାୟ ପାଇଁ ଅଭିନନ୍ଦନ ସୁଅ ଛୁଟିବାରେ ଲାଗିଛି | ଏହା ସହିତ ନବ ବିବାହିତ ଦମ୍ପତିଙ୍କର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି |

ଏପ୍ରିଲ୍ ୧୩ରେ ରଣବୀର-ଆଲିଆଙ୍କ ମେହେନ୍ଦୀ ଅନୁଷ୍ଠିତ ହୋଇଥିଲା । ଆଜି ଅବଶିଷ୍ଟ ରୀତିନୀତି ହୋଇଥିଲା | ବିବାହ ପରେ ଆଲିଆ-ରଣବୀର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛନ୍ତି ।

Comments are closed.