ମାଲକାନଗିରି ସ୍ୱାଭିମାନ ଅଂଚଳରେ ବିକାଶର ଆଉ ଏକ ପଦକ୍ଷେପ, ଆରମ୍ଭ ହେଲା 4G ମୋବାଇଲ ସେବା

ମାଲକାନଗିରି – ସ୍ୱାଭିମାନ ଅଂଚଳରେ ଆରମ୍ଭ ହୋଇଛି ଫୋର୍ ଜି ମୋବାଇଲ୍ ସେବା । ହାନ୍ତାଳଗୁଡା, ପିପଲପଦର , ଯନ୍ତାପାଇ ଓ ଦାରଲାବେଡାରେ ଆରମ୍ଭ ହୋଇଛି ଫୋର୍ ଜି ସେବା । ଫଳରେ ସ୍ୱାଭିମାନ ଅଂଚଳର ୩୦ ହଜାରରୁ ଅଧିକ ଲୋକ ଉରକୃତ ହେବେ ।

ପୂର୍ବରୁ ସ୍ୱାଭିମାନ ଅଂଚଳରେ ଲୋକେ ମୋବାଇଲ୍ ଥିଲେ ମଧ୍ୟ ସେମାନଙ୍କୁ ଚିତ୍ରକୋଣ୍ଡା ଆସିବାକୁ ପଡୁଥିଲା । ମାଓବାଦୀଙ୍କ ନାଲିଆଖି ଯୋଗୁଁ ମୋବାଇଲ୍ ଯୋଗାଯୋଗ ପାଇଁ କୌଣସି ସୁବିଧା ନଥିଲା । କିନ୍ତୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟା, ପୋଲିସର ସୁରକ୍ଷା ଯୋଗୁଁ ସ୍ୱାଭିମାନ ଅଂଚଳରେ ସମ୍ଭବ ହୋଇପାରିଛି ଫୋର୍ ଜି ସେବା ।

ପୂର୍ବରୁ ରାଜ୍ୟ ସରକାର ଗୁରୁପ୍ରିୟା ସେତୁ ନିର୍ମାଣ ପରେ ରାସ୍ତା କାମକୁ ଜୋରଦାର କରି ଅଂଚଳବାସୀଙ୍କ ଯାତାୟତ ସୁଗମ କରିପାରିଥିଲେ ।

Comments are closed.