୨୪ ଘଂଟାରେ ଦେଶରେ ୯୦ ହଜାର ୮୦୨ ନୂଆ କୋରୋନା ଆକ୍ରାନ୍ତ, ୧ ହଜାର ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ଦେଶରେ କୋରୋନ।। ସଂକ୍ରମଣ ହାର ଥମିବାର ନାଁ ନେଉନାହିଁ । ୨୪ ଘଂଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୯୦ ହଜାର ୮୦୨ ନୂଆ କୋରୋନା ଆକ୍ରାନ୍ତ । ୧ ହଜାର ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ ଲକ୍ଷ ୪ ହଜାର ୬୧୪କୁ ବୃଦ୍ଧି ପାଇଛି । ସକ୍ରିୟ ମାମଲା ସଂଖ୍ୟା ରହିଛି ୮ ଲକ୍ଷ ୮୨ ହଜାର ୫୪୨ । ୩୨ ଲକ୍ଷ ୫୦ ହଜାର ୪୨୯ ଜଣ ସୁସ୍ଥ ହେଲେଣି । ୨୪ ଘଂଟାରେ ୧ ହଜାର ୧୬ ଜଣଙ୍କ ମୃତ୍ୟୁ ସହ ମୃତ୍ୟୁ ସଂଖ୍ୟା ୭୧ ହଜାର ୬୪୨କୁ ବୃଦ୍ଧି ପାଇଛି ।

Comments are closed.