ଚୀନ ସହ ସୀମା ବିବାଦ ମଧ୍ୟରେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ନରଭାନେଙ୍କ ମନ୍ତବ୍ୟ : ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଭାରତୀୟ ସେନା, ଯବାନଙ୍କ ମନୋବଳ ଦୃଢ

ନୂଆଦିଲ୍ଲୀ – ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ପରିପ୍ରେକ୍ଷୀରେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମଏନ ନରଭାନେ କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖାରେ ଉତେନା ରହିଛି । କିନ୍ତୁ ସବୁ ପ୍ରକାର ପରିସ୍ଥିତିର ସାମନା କରିବା ପାଇଁ ଭାରତୀୟ ସେନା ସଜାଗ ହୋଇ ରହିଛି । ପରିସ୍ଥିତିକୁ ଦୃୃଷ୍ଟିରେ ରଖି ଏଲଏସିରେ ସୈନ୍ୟ ମୁତୟନ କରାଯାଇଛି । ଆମର ଅଖଣ୍ଡତା ବଜାୟ ରଖିବାକୁ ହେବ ବୋଲି ସ୍ଥଳସେନା ମୁଖ୍ୟ କହିଛନ୍ତି । ଆମ ଯବାନଙ୍କ ମନୋବଳ ବେଶ୍ ଦୃଢ ରହିଛି ।

ଯେକୌଣସି ସ୍ଥିତିରେ ମୁକାବିଲା ପାଇଁ ସେମାନେ ସମର୍ଥ । ତେବେ କଥାବାର୍ତା ଜରିଆରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେନାମୁଖ୍ୟ ଆଶା ପ୍ରକାଶ କରିଛନ୍ତି । ଚୀନ୍ ସହ ସୀମା ବିବାଦ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁୁହାଯାଇଛି ଯେ, ଯଥାସ୍ଥିତିରେ ଏକତରଫା ପରିବର୍ତନ ପାଇଁ ଚୀନ୍ ଉଦ୍ୟମ କରୁଛି । ଗତ ଚାରିମାସ ଧରି ସୀମାରେ ଯେଭଳି ସ୍ଥିତି ସୃୃଷ୍ଟି ହୋଇଛି, ତାହା ଚୀନ ଗତିବିଧର ଫଳ ବୋଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ।

Comments are closed.