ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର: ବାଚସ୍ପତି ନିର୍ବାଚନ ପାଇଁ ବିଜେଡ଼ିର ବରିଷ୍ଠ ନେତା ତଥା ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆରୁଖ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ବାଚସ୍ପତି ପଦ ପାଇଁ ତାଙ୍କ ନାଁ ପ୍ରସ୍ତାବ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟ କ୍ୟାବିନେଟର ପୁନର୍ଗଠନ ପୂର୍ବରୁ ଜୁନ୍ ୪ରେ ଆରୁଖ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ସୂର୍ଯ୍ୟନାରାୟଣ ପାତ୍ରଙ୍କ ଇସ୍ତଫା ଯୋଗୁଁ ବାଚସ୍ପତି ପଦ ଖାଲି ପଡ଼ିଛି। ନୂଆ ବାଚସ୍ପତି ପାଇଁ ନିର୍ବାଚନ ଜୁନ୍ ୧୩ରେ ଅନୁଷ୍ଠିତ ହେବ।

Comments are closed.