କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଜାମିନ ପାଇଁ ହାଇକୋର୍ଟ ଗଲେ ଆର୍ୟନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଜେଲରେ ଥିବା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍ ଜାମିନ ପାଇଁ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଜଷ୍ଟିସ ନିତିନ ଡବ୍ଲୁ ସାମ୍ବ୍ରେଙ୍କ ନିକଟରେ ଆର୍ୟନ ଖାନଙ୍କ ଓକିଲ ଜାମିନ ଆବେଦନ କରିଛନ୍ତି।

ଡ୍ରଗ୍ସ ପାର୍ଟି ମାମଲାରେ ଆଜି ସ୍ପେଶାଲ୍ ଏନଡିପିଏସ୍ କୋର୍ଟ ଆର୍ୟନଙ୍କ ଜାମିନ ନାମଞ୍ଜୁର କରିଦେଇଥିଲେ । ଆର୍ୟନଙ୍କ ବ୍ୟତୀତ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ୍ ଧମେଚାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଯାଇଥିଲା ।
ଅକ୍ଟୋବର ୨ ତାରିଖ ରାତିରେ ‘କର୍ଡେଲିଆ ଦି ଇମ୍ପ୍ରେସ୍’ ନାମକ ଏକ କ୍ରୁଜ ଜାହାଜରୁ ଆର୍ୟନଙ୍କ ସମେତ ୧୦ ଜଣଙ୍କୁ ଏନସିବି ଗିରଫ କରିଥିଲା। ତେବେ ଗିରଫ ହେବାର ୧୭ ଦିନ ପରେ ମଧ୍ୟ ଆର୍ୟନଙ୍କୁ ଆଶ୍ବସ୍ତି ମିଳିନାହିଁ |

Comments are closed.