ଭିଜିଲାନ୍ସ ଜାଲରେ ଜିଆରଏସ

ଭୁବନେଶ୍ୱର - ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତ ଜିଆରଏସ ବାବୁଲି ପଢ଼ିହାରୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱରର ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । ରଘୁନାଥପୁରସ୍ଥିତ ପୈତୃକ ଘର ଓ…

ମେୟର ଓ ପୌରାଧ୍ୟକ୍ଷଙ୍କୁ ଟିପ୍ସ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ଆଜିଠୁ ୨ ଦିନିଆ ଅର୍ବାନ ଗର୍ଭନାନ୍ସ ଆଣ୍ଡ ଇନିସିଏଟିଭ ଶୀର୍ଷକ କର୍ମଶାଳା ଆରମ୍ଭ ହେଉଛି । ଲୋକସେବା ଭବନରେ କର୍ମଶାଳାକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ଟିପ୍ସ ଦେବା ସହ ଶାସନର କଳା ଶିଖାଇବେ ମୁଖ୍ୟମନ୍ତ୍ରୀ ।

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ - ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଥିବାରୁ ଅପରାହ୍‌ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ନୀତି ଦଇତାପତି ସେବକମାନଙ୍କ ଦ୍ବାରା…