ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ, ବିଏସକେୱାଇ ସ୍ମାର୍ଟ କାର୍ଡ ବଂଟନର କରିବେ ଶୁଭାରମ୍ଭ

ଭୁବନେଶ୍ୱର –ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତ କରୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାଛଡା ୫୮୦ ଦଶମିକ ୮୨ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର…

ମାଲବାହୀ ଟ୍ରେନ ଲାଇନଚ୍ୟୁତ : ଆଜି ୭ଟି ଟ୍ରେନ ବାତିଲ, ୮ଟି ଟ୍ରେନର ଗତିପଥ ପରିବର୍ତ୍ତନ ,ଗୋଟିଏ ଆଂଶିକ ବାତିଲ

ଅନୁଗୁଳ - ଅନୁଗୁଳ ଓ ତାଳଚେର ରୋଡ୍ ମଝିରେ ଏକ ମାଲବାହୀ ଟ୍ରେନର ୨୫ଟି ବଗି ଲାଇନଚ୍ୟୁତ ହୋଇଥିବାରୁ ଢେଙ୍କାନାଳ-ସମ୍ବଲପୁର ସେକ୍ସସନରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଆଜି ଦିନକ ପାଇଁ ୭ଟି ଟ୍ରେନ ଚଳାଚଳ ବାତିଲ କରିଛି ପୂର୍ବତଟ ରେଳପଥ । ୮ଟି ଟ୍ରେନର ଗତିପଥ ବଦଳାଯାଇଛି । ଗୋଟିଏ ଟ୍ରେନ…

ବିନା ଅନୁମତିରେ ବିଧାୟକଙ୍କ ବିରୋଧରେ ଚାର୍ଜସିଟ୍‌; ଇଡି, ସିବିଆଇକୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତିଙ୍କ ସମନ

କୋଲକାତା: ବିଭିନ୍ନ ମାମଲାରେ ରାଜ୍ୟର ବିଧାୟକ ମାନଙ୍କ ବିରୋଧରେ ଚାର୍ଜସିଟ୍ ନେଇ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ବିମନ ବନ୍ଦୋପାଧ୍ୟାୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବରିଷ୍ଠ ଅଧିକାରୀଙ୍କୁ ସେପ୍ଟେମ୍ବର ୨୨ରେ ହାଜର ହେବା ପାଇଁ ସମନ କରିଛନ୍ତି । ବନ୍ଦୋପାଧ୍ୟାୟ…

ଭୁବନେଶ୍ୱରର କୋଟିପତି ଅଙ୍ଗନବାଡି ଦିଦିଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର – ରାଜଧାନୀର କୋଟିପତି ଅଙ୍ଗନବାଡି ଦିଦି ଏବେ ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କରୋଡକଣ୍ଟାର ଅଙ୍ଗନବାଡି କର୍ମୀ କବିତା ମଥାନଙ୍କ ଘରେ ଭିଡିଲାନ୍ସ ଚଢାଉ ହୋଇଛି । ଭୁବନେଶ୍ୱରର ୬ ଓ କେନ୍ଦ୍ରାପଡା ଜିଲ୍ଲାରେ ଥିବା ତାଙ୍କ ବାପଘରେ ଏକକାଳୀନ…

ପ୍ରବଳ ବର୍ଷାରେ ବଲାଙ୍ଗୀର ବେହାଲ, ଜିଲ୍ଲାରେ ଦିନକ ପାଇଁ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର - ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲାରେ ଆଜି ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚଞ୍ଚଳ ରାଣା । ଲଗାଣ ବର୍ଷା ଫଳରେ ବଲାଙ୍ଗିର ସହର ଜଳାର୍ଣ୍ଣବ ହୋଇଛି । ରାସ୍ତାରେ ଆଣ୍ଠୁଏଁ ଉଚ୍ଚତାର ପାଣି ଚାଲୁଛି । ସହରର ତଳିଆ ଅଂଚଳରେ…

କୋଭାକ୍ସିନକୁ ଖୁବ୍ ଶୀଘ୍ର ମିଳିବ ଡବ୍ଲ୍ୟୁଏଚ୍‌ଓ ମାନ୍ୟତା

ନୂଆଦିଲ୍ଲୀ: ଭାରତୀୟ କରୋନା ଟିକା କୋଭାକ୍ସିନ୍‌କୁ ଖୁବ୍ ଶୀଘ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମାନ୍ୟତା ମିଳିବ । ସମ୍ଭବତଃ ଏହି ମାସରେ କୋଭାକ୍ସିନକୁ ଡବ୍ଲ୍ୟୁଏଚ୍‌ଓ ତାର ମଞ୍ଜୁରିପ୍ରାପ୍ତ ତାଲିକାରେ ସାମିଲ କରିପାରେ । ଡବ୍ଲ୍ୟୁଏଚ୍‌ଓ ଏଯାବତ୍ ଆମେରିକାର ଫାଇଜର, ଜନସନ୍…

ରାଜ୍ୟରେ ୪୨୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଶିଶୁ-କିଶୋରଙ୍କ ସଂଖ୍ୟା ୫୫

ଭୁବନେଶ୍ୱର – ରାଜ୍ୟରେ କୋରୋନା ଗ୍ରାଫ ଆହୁରି ତଳମୁହାଁ ହୋଇଛି । ଲଗାତର ଦ୍ୱିତୀୟ ଦିନରେ ଦୈନିକ କୋରୋନା ସଂକ୍ରମଣ ୫ ଶହରୁ ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪୨୮ ନୂଆ କୋରୋନା ଆକ୍ରାନ୍ତ । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୫୫ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ ।…

ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ, ଆଜି ଦିନ ୧୧ଟାରେ…

ଭୁବନେଶ୍ୱର – ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଆଜି ଦିନ ୧୧ଟାରେ ଏକ ଉଚ୍ଚସ୍ତରୀୟ ବୈଠକ ହେବ । ଏସଆରସି ପ୍ରଦୀପ ଜେନା ଏଥିଲେ ଅଧ୍ୟକ୍ଷତା କରିବେ । ବୈଠକରେ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନେ ସାମିଲ ହେବେ । ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ଏସଆରସି…