କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟ୍ ବ୍ଲକ୍ କଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍ କରାଯିବାକୁ ନେଇ ପୁଣି ନୂଆ ବିବାଦ ସୃଷ୍ଟି ହୋଇଛି । ଆଜି ଟ୍ୱିଟର ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟ୍‌କୁ ପ୍ରାୟ ଘଣ୍ଟାଏ କାଳ ବନ୍ଦ…

କୃଷି ଆଇନ ବିରୋଧରେ ଆସନ୍ତାକାଲି ପୁଣି ଚାଷୀଙ୍କ ଟ୍ରାକ୍ଟର ରାଲି, ଦିଲ୍ଲୀ ସୀମାରେ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ତିନି କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନକୁ ଆସନ୍ତାକାଲି ସାତ ମାସ ପୂରୁଛି । ଏହି ଅବସରରେ ଚାଷୀମାନେ ପୁଣିଥରେ ଏକ ଟ୍ରାକ୍ଟର ରାଲିର ଆୟୋଜନ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଭାରତୀୟ କିଷାନ ସଂଘ (ବିକେୟୁ)ର ପ୍ରବକ୍ତା ରାକେଶ ଟିକାଏତ କହିଛନ୍ତି ଯେ, ଆସନ୍ତାକାଲିର…

ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ

ମୁମ୍ବାଇ: ଡେଲ୍‌ଟା ପରେ ଏବେ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟର ମାମଲା ଭାରତରେ ବଢ଼ିବାରେ ଲାଗିଛି । ଦେଶରେ ଏହି ଭାରିଆଣ୍ଟ୍ ଜନିତ ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ରତ୍ନଗିରିରେ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟରେ ସଂକ୍ରମିତ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।…

ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଯଶୱନ୍ତ ଜେଠୱା

ଭୁବନେଶ୍ୱର- ନୂଆ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଯଶୱନ୍ତ ଜେଠୱା । ୧୯୯୪ ବ୍ୟାଚ୍ ଆଇପିଏସ ଅଧିକାରୀ ହେଉଛନ୍ତି ଜେଠୱା । ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ ପରେ ଖାଲି ପଡିଥିବା ପଦରେ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା ।…

ୟୁଜି, ପିଜି ପରୀକ୍ଷା ଅନଲାଇନରେ ହେବ, ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କ ମେଣ୍ଟରିଂ କରିବେ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର- ୟୁଜି-ପିଜି ପରୀକ୍ଷା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ କରିଛନ୍ତି । ପରୀକ୍ଷା ନେଇ ବୈଠକରେ ସମୀକ୍ଷା କରାଯାଇଛି । ପିଲାମାନେ କିଭଳି ପରୀକ୍ଷା ଦେବେ, ସେ ନେଇ ଅଧ୍ୟାପକମାନେ ଦାୟିତ୍ୱ ନେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି…